ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବାଡ଼ ଗ୍ରାମରେ ମାଓବାଦୀମାନେ ସେହି ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ମୃତବ୍ଯକ୍ତି ଠିକାଦାର କାମ କରୁଥିବା ଜଣା ପଡିଛି, ସେ ଆଗରୁ ମାଓବାଦୀଙ୍କ ଟାର୍ଗେଟରେ ଥିବା କୁହାଯାଇଛି। ବେଆଇନ ଘୋଷିତ ମାଓବାଦୀ ସଂଗଠନର କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ ମଣ୍ଡଳର ଜଣେ ସଦସ୍ୟ ସମ୍ପୃକ୍ତ ପୂର୍ବତନ ସରପଞ୍ଚଙ୍କୁ ରାତିରେ ଘରୁ ଡାକିନେବା ପରେ ଗୁଳିକରି ତାଙ୍କୁ ହତ୍ଯା କରାଯାଇଛି, ହତ୍ୟାକାଣ୍ଡ ସମୟରେ ସେଠାରେ ପ୍ରାୟ ୧୦ ସଶସ୍ତ୍ର ମାଓବାଦୀ ଉପସ୍ଥିତ ଥିଲେ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲାରେ ସିଆରପିଏଫ ଜବାନମାନେ ଗତ ମଇ ୯ ତାରିଖରେ ୩ ମାଓବାଦୀଙ୍କୁ ଗୁଳିକରି ହତ୍ୟା କରିଥିଲେ, ତାହାର ଜବାବ ସ୍ଵରୂପ ମାଓବାଦୀମାନେ ଗତକାଲି ଏହି ହତ୍ୟାକାଣ୍ଡ ଘଟାଇଥିବା କଥା ମଧ୍ୟ କୁହାଯାଉଛି।

Leave A Reply

Your email address will not be published.