ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିଗଲା

ଓଡ଼ିଶାରେ ବିଦ୍ଯୁତ ସେବା ବିଶୃଙ୍ଖଳାର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି ଆଜି, ବାରିପଦାରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେବା ଆରମ୍ଭ କରିବା ପରେ ପରେ ବିଦ୍ଯୁତ ସଂଯୋଗ କଟିଯାଇଥିଲା। ମାତ୍ର ଏଭଳି ଅଭାବନୀୟ ଘଟଣାରେ ଆଦୌ ବ୍ଯସ୍ତ ନହୋଇ ରାଷ୍ଟ୍ରପତି ନିଜ ଅଭିଭାଷଣ ଜାରି ରଖିଥିଲେ।

ସରକାର ଏହାକୁ ଏକ ଅତ୍ୟନ୍ତ ଗୁରୁତର ଘଟଣା ଭାବେ ବିବେଚନା କରିଛନ୍ତି, କେନ୍ଦ୍ରାଞ୍ଚଳ ରାଜସ୍ଵ ପରିଷଦ ସଦସ୍ୟ ଏହା ଉପରେ ଏକ ବୈଠକ ନେଇ ଘଟଣାର ସମୀକ୍ଷା କରିଛନ୍ତି, ମୟୂରଭଞ୍ଜ ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଇ ଏପରି ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତତ୍କାଳ ପଦକ୍ଷେପ ସ୍ଵରୂପ ବିଶ୍ଵବିଦ୍ୟାଳୟ ବିଦ୍ଯୁତ-ସେବା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.