ଗତକାଲି ବିଜେଡି ଡିଜିଟାଲ ଟିମ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଥିବା ମୁଖ୍ୟମନ୍ତ୍ରୀଙ୍କ ୨୫ ସେକେଣ୍ଡର ଗୋଟିଏ ଭିଡିଓକୁ ନେଇ ଚର୍ଚ୍ଚା ହେଉଛି।
ଏହି ଭିଡିଓଟି ମୁମ୍ବାଇର ଏକ ହୋଟେଲରେ ସୁଟିଙ୍ଗ ହୋଇଛି।
ଓଡ଼ିଶାରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୮ଟି କର୍ପୋରେଟ ସଂସ୍ଥା ସହ ଆଲୋଚନା ଓ ଚୁକ୍ତିନାମା ପରେ ନିଜ ବ୍ଯକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସହ ଏକ ସଂକ୍ଷିପ୍ତ ସାକ୍ଷାତକାରର ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ପାଇଁ କାମ କଲାବେଳେ ସେ ଆଦୌ କ୍ଳାନ୍ତ ଅନୁଭବ କରନ୍ତି ନାହିଁ !
ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପାଣ୍ଡିଆନଙ୍କ ୩ଟି ପ୍ରଶ୍ନ ଓ ତାହାର ଉତ୍ତର ଥିଲା ଏହିଭଳି : ଶ୍ରୀ ପାଣ୍ଡିଆନ– ଗତକାଲି ସକାଳରୁ ରାତି ପର୍ଯ୍ୟନ୍ତ ଆପଣ ୧୮ଟି ବୈଠକ କଲେ, କ୍ଲାନ୍ତ ଅନୁଭବ କରୁନାହାନ୍ତି ?
ମୁଖ୍ୟମନ୍ତ୍ରୀ – ନା ମୁଁ କ୍ଲାନ୍ତ ନୁହେଁ।
ଶ୍ରୀ ପାଣ୍ଡିଆନ– ସାର୍ କେମିତି ?
ମୁଖ୍ୟମନ୍ତ୍ରୀ – ଯେତେବେଳେ ତୁମେ ଲୋକଙ୍କ ପାଇଁ କାମ କର, ସେତେବେଳେ କ୍ଲାନ୍ତି ଅନୁଭବ ହୋଇନଥାଏ ।
ଶ୍ରୀ ପାଣ୍ଡିଆନ– ସାର୍ , ଏହା ଆମମାନଙ୍କୁ ପ୍ରେରଣା ଦେବ !