ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ କପଣ୍ଡ ଗ୍ରାମର ଓରାମ ସାହି ସଂଲଗ୍ନ ବ୍ରାହ୍ମଣୀ ନଦୀ କୂଳରୁ ଜନୈକା ଅଜଣା ମହିଳାଙ୍କ ଗ୍ରାମ ଶବ ଉଦ୍ଧାର ହୋଇଛି । ଓରାମ ସାହିର କିଛି ବାସିନ୍ଦା ନଦୀ ଆଡ଼କୁ ଯାଇଥିବା ବେଳେ କୌଣସି ଅଜଣା ମହିଳାଙ୍କ ଶବ ଭାସୁଥିବା ର ଦେଖି ଲହୁଣୀପଡା ପୋଲିଶକୁ ସୂଚିତ କରିଥିଲେ । ଖବର ପାଇ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଯାରି ରଖିଛି । ପୋଲିଶ ମହିଳାଙ୍କ ପରିଚୟ ଖୋଜୁଛି । ତେବେ ଉକ୍ତ ଅଜଣା ଗଳିତ ମହିଳାଙ୍କ ପରିଚୟ ପାଇ ପାରୁନାହିଁ ପୋଲିଶ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ।