ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ ଡକ୍ଟର ଆଲୋକ ଲୋଧଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି।
ହସ୍ପିଟାଲରେ ନିଯୁକ୍ତି ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ବୟାନ ଦେଇ ଶ୍ରୀ ଲୋଧ କହିଥିଲେ ଯେ ନିଯୁକ୍ତିପାଇଁ କେବଳ ଅଣ ଓଡ଼ିଆ ପ୍ରାର୍ଥୀମାନେ ଆବେଦନ କରି ପାରିବେ।
ଏହି ବିଷୟ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଶ୍ରୀ ଲୋଧ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ,ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଏହା ଓଡ଼ିଆମାନଙ୍କ ମାଲିକାନାରେ ପ୍ରତିଷ୍ଠିତ ଏକା ଚିକିତ୍ସାଳୟ ଓ ଏଠାରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଶତକଡା ୯୯ ଭାଗ ହେଉଛନ୍ତି ଓଡ଼ିଆ ।