ବାଇକକୁ ଧକ୍କା ଦେଲା ସରକାରୀ ଗାଡ଼ି, ଘଟଣାସ୍ଥଳରେ ଆରୋହୀ ମୃତ

ସମ୍ବଲପୁର: ସମ୍ବଲପୁରରେ ଆରଡିସିଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି।

ସୂଚନାଯୋଗ୍ୟ ଯେ ଶୁକ୍ରବାର ବିଳମ୍ବିତ ରାତିରେ ଧନୁପାଲିଛକରେ ଆରଡିସିଙ୍କ ସଚିବଙ୍କ ଗାଡ଼ି ଜଣକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭତରା ଅଞ୍ଚଳର ରଞ୍ଜିତ ମହାପାତ୍ର। ଘଟଣା ପରେ ଡ୍ରାଇଭର ଫେରାର ଅଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ି ଆରଡିସି ଅଫିସରେ ଭଡ଼ାରେ ଲାଗିଥିଲା। ଏହି ଗାଡ଼ିକୁ ଉତ୍ତରାଞ୍ଚଳ ଆରଡିସିଙ୍କ ସଚିବ ବ୍ୟବହାର କରୁଥିବା ନେଇ ଜଣାଯାଇଛି।

Leave A Reply

Your email address will not be published.