ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶତବର୍ଷ ପୂର୍ତ୍ତି ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ସୁନ୍ଦର ଓଡ଼ିଶା ଗଠନ ପାଇଁ କଲେ ଆହ୍ଵାନ

ପୁରୀ: ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପଲକ୍ଷେ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସୁନ୍ଦର ଓଡ଼ିଶା ଗଠନ କରିବାକୁ ଆହ୍ଵାନ ଦେଇଛନ୍ତି।
ସଭାରେ ସାମିଲ ହେବା ସହ ଜୟ ଜଗନ୍ନାଥ, ଜୟଗୁରୁ କହି ମୁଖ୍ୟମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିଥିଲେ। ଠାକୁର ଅନୁକୂଳଚନ୍ଦ୍ରଙ୍କ ସ୍ମୃତିଚାରଣ କରିବା ସହ ଠାକୁରଙ୍କ ଭକ୍ତ ସମାଜ ସେବାରେ ଭଲ ଯୋଗଦାନ କରୁଥିବା କହିଥିଲେ। ଏହାସହ ଉପସ୍ଥିତ ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତଙ୍କୁ ଏକାଠି କାମ କରିବା ସହ ସୁନ୍ଦର ଦେଶ ଓ ରାଜ୍ୟ ଗଠନରେ ସହଯୋଗର ହାତ ବଢ଼ାଇବାକୁ ଆହ୍ଵାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ୧୦୦ ବର୍ଷ ତଳେ ଠାକୁର ଅନୁକୂଳଚନ୍ଦ୍ର ପୁରୀ ଆସିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପାଙ୍କ ଅନୁରୋଧରେ ସେ ପୁରୀ ଆସିଥିଲେ। ତାଙ୍କ ସହ ବହୁ ଅନୁଗାମୀ ମଧ୍ୟ ପୁରୀ ଆସିଥିଲେ। ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଆଜି ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସୁନ୍ଦର ଓ ସୁସ୍ଥ ଓଡ଼ିଶା ଗଠନରେ ସେମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ତେଣୁ ସମସ୍ତେ ମିଶି ସୁନ୍ଦର ରାଜ୍ୟ ଗଠନ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ସୁପ୍ରିମ୍‌କୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ଦେଶ ବିଦେଶରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.