କୋରାପୁଟ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡିଛି, ଅପରାଧୀମାନେ ଅଦମନୀୟ ଭାବେ ରାସ୍ତାରେ ବୁଲୁଛନ୍ତି, ଲୋକମାନଙ୍କ ନିରାପତ୍ତା ବିପନ୍ନ ହୋଇପଡିଥିବା ବେଳେ ପୋଲିସ ନିଘୋଡ଼ ନିଦରେ ଶୋଇରହିଛି ବୋଲି ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।
ଗତ ଶନିବାର ଦିନ ଜୟପୁରରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ବାହିନୀପତି କହିଛନ୍ତି ଯେ ମାରାତ୍ମକ ଅପରାଧିକ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅସାମାଜିକ ଲୋକେ ଜାମିନରେ ଖଲାସହେବା ପରେ ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖୁନାହିଁ, ଫଳରେ ଏମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲୁଛନ୍ତି। ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନନେଲେ କଂଗ୍ରେସ ଦଳ ଆନ୍ଦୋଳନ କରିବ ବୋଲି ସେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସତର୍କ କରାଇ ଦେଇଛନ୍ତି ।
Next Post