ଭୁବନେଶ୍ବର: ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାଯାଇଛି। ନୋଟିସ ପରେ ସେ ହାଜିରା ପକାଇଛନ୍ତି।
ବିଜେଡି ବିଧାୟକ ଇଡି ଅଫିସରେ ହାଜର ହେବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ବିଧାୟକ ଇଡିରେ ହାଜର ହୋଇ ଜେରାର ସାମ୍ନା କରିବା ରାଜନୈତିକ ମହଲରେ ଚର୍ଚ୍ଚାରେ ରହିଛି।
ତେବେ ଏ ନେଇ ତାଳଚେର ବିଧାୟକଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।