ଭିଜିଲାନ୍ସ ଜାଲରେ ତହସିଲଦାର, ଅମିନ

ମୟୂରଭଂଜ ଜିଲ୍ଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଓ ଅମିନ କମଳ ଲୋଚନ ପାତ୍ରଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଜମିର କିସମ ବଦଳାଇବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ତହସିଲଦାର। ଅଭିଯୋଗକାରୀ ଭିଜିଲାନ୍ସକୁ ଘଟଣା ସଂପର୍କରେ ଜଣାଇଥିଲେ । ଯୋଜନା ମୁତାବକ ଅଭିଯୋଗକାରୀଙ୍କଠାରୁ ଶ୍ରୀ ରାଉତ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କୁ ଧରି ନେଇଥିଲେ। ଏହି ଲାଞ୍ଚ କାରବାରରେ ଅମିନ କମଳ ଲୋଚନ ପାତ୍ର ସଂପୃକ୍ତ ଥିବାରୁ ତାଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ, ଶ୍ରୀ ରାଉତଙ୍କ ୪ଟି ଓ ଶ୍ରୀ ପାତ୍ରଙ୍କ ଗୋଟିଏ ସ୍ଥାନରେ ଚଢ଼ଉ ଜାରି ରହିଛି ।

ସେହିପରି ଅନ୍ୟଏକ ଚଢ଼ାଉ ଘଟଣାରେ ପୁରୀ ଜିଲ୍ଲା କଣାସ ତହସିଲ ଅନ୍ତର୍ଗତ ଚୁପୁରିଙ୍ଗ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସହାୟକ ରାଜସ୍ବ ନିରୀକ୍ଷକ ରଂଜନ କୁମାର ମଲ୍ଲିକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାତ୍ୟା କ୍ଷୟକ୍ଷତି ସଂପର୍କିତ ରିପୋର୍ଟ ପ୍ରସ୍ତୁତ କରିଦେବା ପାଇଁ ଏହି ଲାଞ୍ଚ ନେଉଥିଲେ ଶ୍ରୀ ମଲ୍ଲିକ ।

Leave A Reply

Your email address will not be published.