ନିଜ ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସନ୍ଦେହୀ ସ୍ଵାମୀ

ନିଜ ସ୍ତ୍ରୀ ଗର୍ଭରେ ଥିବା ସନ୍ତାନ ତାର ନୁହେଁ ବୋଲି ସନ୍ଦେହ କରି ତାକୁ ମାରି ଜଙ୍ଗଲରେ ପୋତି ଦେଲା ସ୍ଵାମୀ, ପୋଲିସ ତଦନ୍ତରୁ ଜଣାପଡିଲା ସବୁକଥ।

ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅଞ୍ଚଳର ୪୦ ବର୍ଷ ବୟସ୍କ ମଙ୍ଗୁଳୁ ଗତ ଅଗଷ୍ଟ ୧୫ ତାରିଖ ଦିନ ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀକୁ ସାଙ୍ଗରେ ନେଇ ସ୍ଥାନୀୟ ଗୟଲଗୁଡି ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିଲା, ସେଠାରେ ପଦ୍ମିନୀ ଗର୍ଭରେ ଥିବା ସନ୍ତାନକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ଓ ମଙ୍ଗୁଳୁ ନିଜ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା।

ପରେ ତାକୁ ସେହି ଜଙ୍ଗଲରେ ଗାତଖୋଳି ପୋତି ଦେଇଥିଲା।

ଅଗଷ୍ଟ ୧୫ ପରଠାରୁ ଗାଁରେ ପଦ୍ମିନୀ ଦେଖିବାକୁ ମିଳୁନଥିବାକୁ ନେଇ ତାର ଭାଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତରୁ ସବୁକଥା ଜଣା ପଡିଲା, ମଙ୍ଗୁଳୁକୁ ଗିରଫ କରାଯାଇଛି ।

ସେମାନଙ୍କର ୪ ସନ୍ତାନ ଥିବାକଥା ରେଢାଖୋଲ ଉପମଣ୍ଡଳ ପୋଲିସ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.