ନର୍ସିଂଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ରାଗିଙ୍ଗ ଅଭିଯୋଗ କଲେ ଘରଲୋକେ

ବାଲେଶ୍ଵର ଜ୍ୟୋତି ହସ୍ପିଟାଲ ଅଧୀନରେ ଥିବା ସେଣ୍ଟ ଥୋମାସ ସ୍କୁଲ ଅଫ ନର୍ସିଂର ପ୍ରଥମ ବର୍ଷ ଛାତ୍ରୀ ଲିପ୍ସାରାଣୀ ବେହେରାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପରିବାର ଲୋକେ।

ସୋରୋ ଥାନା ସବିରା ଗ୍ରାମର ଗଙ୍ଗାଧର ବେହେରାଙ୍କ ଝିଅ ଲିପ୍ସା, ଗତ ମଙ୍ଗଳବାର ଦିନ ଗୁରୁତର ଅସୁସ୍ଥ ହୋଇ ଡାକ୍ତର ଖାନାରେ ଭର୍ତି ହୋଇଥିବା ଖବର ପାଇ ଘରଲୋକେ ବାଲେଶ୍ଵରରେ ପହଞ୍ଚିଥିଲେ ଓ ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେ଼ଇ ଆସିଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ଲିପ୍ସାର ମୃତ୍ୟୁ ହେବାପରେ ଗଙ୍ଗାଧର ଅଭିଯୋଗ କରିଛନ୍ତି ଯେ ରାଗିଂ କରି ତାଙ୍କ ଝିଅକୁ ମାରି ଦିଆଯାଇଛି।

Leave A Reply

Your email address will not be published.