ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝା ଆଉ ନାହାନ୍ତି, ଗତକାଲି ରାତିରେ ନୂଆପଲ୍ଲୀ ଗଦାସାହିସ୍ଥିତ ବସାଘର ଫ୍ଯାନରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖି ଘର ମାଲିକ ଥାନାକୁ ଖବର ଦେଇଥିଲେ, ଘଟଣାସ୍ଥଳରେ ପହଞ୍ଚି ନୂଆପଲ୍ଲୀ ଥାନା ପୋଲିସ ମୃତଦେହେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ରଶ୍ମିଙ୍କ ରୁମରୁ ଏକ ସୁଇସାଇଡ ନୋଟ ମିଳିଥିବା ଜଣାଯାଇଛି, ଏଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଥିବା ସହିତ -“ମିଶ୍ ଇଉ ବାବା, ଆଇ ଉଇଲ ମିଶ୍ ଇଉ ଏ ଲଟ ଫ୍ରମ୍ ଅପ୍ ଦେଆର୍ .. ଆଇ ଆମ୍ ଏ ଭେରି ବ୍ଯାଡ଼ ଡଟର !”
ସେ ଏବେ ‘କେମିତି କହିବି କହ’ ଟେଲି ସିରିଆଲରେ ଅଭିନୟ କରୁଥିଲେ ।
ପ୍ରେମ ତାଙ୍କର ଜୀବନ ନେଲା ବୋଲି କୁହାଯାଉଛି। ରଶ୍ମିରେଖା ନିଜ ପ୍ରେମିକ ସନ୍ତୋଷ ପାତ୍ରଙ୍କ ସହ ଲିଭ୍ ଇନ୍ ରିଲେସନରେ ଥିବା ପରିବର ଲୋକେ ଅଭିଯୋଗ କରି ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଛନ୍ତି । ପୋଲିସ ତଦନ୍ତ ଜାରି ରହିଛି ।