ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଖନନ କାର୍ଯ୍ୟ ରୋକିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ନଦେବାରୁ ଏହା ଉପରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାୟର ହୋଇଥିଲା, ଆଡ଼ଭୋକେଟ ଗୌତମ ଦାସଙ୍କ ଜରିଆରେ। ମାନ୍ୟବର ବିଚାରପତି ବି.ଆର.ଗାଭାଇ ଓ ହିମା କୋହଲିଙ୍କ ବେଞ୍ଚରେ ଶୁଣାଣି ପାଇଁ ଗତକାଲି ନିମନ୍ତେ ବେଞ୍ଚ ମଧ୍ୟ ରାଜି ହୋଇଥିଲେ । ମାତ୍ର ବୈଷୟିକ କାରଣ ଦର୍ଶାଇ ଏହା ଉପରେ ଶୁଣାଣି କରିବାକୁ ମନା କରି ଦେଇଛି ସୁପ୍ରିମକୋର୍ଟ। ମାନ୍ୟବର ବିଚାରପତି ଶ୍ରୀ ଗାଭାଇ ଗତକାଲି କହିଛନ୍ତି ଯେ ବୈଷୟିକ କାରଣ ପାଇଁ ବେଞ୍ଚ ଏହା ଉପରେ ଶୁଣାଣି କରିପାରୁନାହିଁ । ସେ କହିଛନ୍ତି ଯେ କେଉଁ ମାମଲା କେଉଁ ବେଞ୍ଚରେ ଶୁଣାଣି ହେବ, ତାହା ମୁଖ୍ୟ ବିଚାରପତି ସ୍ଥିର କରିବାର ବିଧି ରହିଥିବା ଦୃଷ୍ଟିରୁ ଓ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ଦାୟିତ୍ୱ ତାଙ୍କ ବେଞ୍ଚ ଉପରେ ନ୍ୟସ୍ତ କରିନଥିବାରୁ ପରିକ୍ରମା ପ୍ରକଳ୍ପର ଖନନକାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଦାୟର ହୋଇଥିବା ସ୍ପେଶାଲ ଲିଭ ପିଟିସନର ଶୁଣାଣି କରାଯାଇ ପାରିବ ନାହିଁ !

Leave A Reply

Your email address will not be published.