ବୋମା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ୩ ଟି ଜିଲା । ଯାଜପୁର, କେନ୍ଦୁଝର ଓ ଭଦ୍ରକର ଲୋକେ ହେଲେ ଭୟବିତ । ଭୂମିକମ୍ପ ଭାବି ଘର ଛାଡି ବାହାରକୁ ଦୌଡ଼ି ଆସିଲେ ଲୋକେ । ଆଜି ସଖାଳ ପ୍ରାୟ ୧୦ଟାରେ ଶୁଣିବାକୁ ମିଳିଥିଲା ପ୍ରଚଣ୍ଡ ଶବ୍ଦଟି । ପାଖାପାଖି ୧୦୦ କିମି ଦୂରତା ପର୍ଯ୍ୟନ୍ତ ଶବ୍ଦଟି ଅନୁଭୂତ ହୋଇଥିଲା । କେଉଁ କାରଣରୁ ଏଭଳି ଶବ୍ଦ ହେଲା ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ଏବେବି ଭୟବିତରେ ଅଛନ୍ତି ଲୋକମାନେ । ମୃଦୁ ଭୂମିକମ୍ପ ହୋଇଥିବା ଅନୁମାନ କରାଯାଉଛି ।