ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ୨ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ ଆଜି ପାର୍ଲିଆମେଣ୍ଟରେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ବିଜେଡିର ଅନ୍ୟତମ ପୁନଃନିର୍ବାଚିତ ସାଂସଦ ସସ୍ମିତ ପାତ୍ର ପରବର୍ତ୍ତୀ ସମୟରେ ଶପଥ ନେବେ ବୋଲି ଜଣାପଡ଼ିଛି।