ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆଜି କଟକ ସିଡିଏ ସେକ୍ଟର – ୯ ସ୍ଥିତ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି।
ସିଡିଏରେ ଥିବା ଏକ ଘରୋଇ ମେଡିକାଲରେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି ଡାକ୍ତର ।
ଶବ ବ୍ଯବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ କଟକ ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲ ନିଆଯାଇଛି।
ଆତ୍ମହତ୍ୟାର କାରଣ ଜଣା ପଡିନାହିଁ ।
ବିଚାରପତି ଶ୍ରୀ ବିହାରୀ ଗତ ଦୁଇ ଦିନ ହେଲା ଛୁଟିରେ ଥିଲେ।
ଆଜି ସେ କାର୍ଯ୍ୟରେ ଯୋଗ ଦେଇଥାଆନ୍ତୋ।
ମାତ୍ର ଆଜି ପୁଣି ସେ ଛୁଟି ବଢାଇ ଆତ୍ମହତ୍ୟା କରିଛନ୍ତି।
ଆତ୍ମହତ୍ୟାର କାରଣ ଜଣା ପଡିନାହିଁ, ପୋଲିସ ଘଟଣାର ତଦନ୍ତ କରୁଛି।