ଓଡିଶାରେ ବାସ୍ ମ୍ଯୁଜିକର ଲୋକପ୍ରିୟ ହସମୁଖ ଶିଳ୍ପୀ ଡିଜେ ଆଜେକସ୍ ଓରେଫ ଅକ୍ଷୟ କୁମାର ମହାରଣା ଗତକାଲି ସନ୍ଧ୍ୟାରେ ନିଜ ଖାରବେଳ ନଗର ଘରେ ଆତ୍ମହତ୍ୟା କରିଛନ୍ତି । ସଂଧ୍ୟାରେ କାଳବୈଶାଖୀ ବର୍ଷା ସମୟରେ ବିଜୁଳି ସଂଯୋଗ ନଥିବା ଯୋଗୁଁ ସେ ନିଜ ରୁମରେ କବାଟ ବନ୍ଦ କରି ବସି।ଥିଲେ, ରାତି ପ୍ରାୟ ୧୦ଟା ବେଳେ ପରିବାର ଲୋକେ ଡାକିବାରୁ ଘର ଭିତରୁ କିଛି ସୋରଶବ୍ଦ ଶୁଭିନଥିଲା। ସନ୍ଦେହରେ ଘରଲୋକେ କବାଟ ଭାଙ୍ଗି କୋଠରୀ ଭିତରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିଲେ। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ସେ ମାନସିକ ଚାପର ଶୀକାର ହୋଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।
ପରିବାର ଲୋକେ ଥାନାରେ ଦାୟର କରିଥିବା ଏତାଲାରେ ଦର୍ଶାଇଛନ୍ତି ଯେ ଆଜେକସଙ୍କର ଜଣେ ଯୁବତୀଙ୍କ ସହ ବର୍ଷେହେଲା ପ୍ରେମ ସମ୍ପର୍କ ଥିଲା, ଯୁବତୀ ଜଣକ ଡିଜେଙ୍କୁ ପଇସା ପାଇଁ ବ୍ଲାକମେଲ କରୁଥିବା ଅଭିଯୋଗ ମଧ୍ୟ କରାଯାଇଛି। କିଛିଦିନ ଦିନ ତଳେ ଡିଜେ ପେ’ଫୋନରେ ସେହି ଯୁବତୀଙ୍କୁ ୧୫ ହଜର ଟଙ୍କାଦେଇଥିବା କୁହାଯାଉଛି। ଉଲ୍ଲେଖନୀୟ ଯେ ସେହି ଯୁବତୀଙ୍କର ଇତିମଧ୍ୟରେ ଅନ୍ୟଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ସମ୍ପୃକ୍ତ ଦ୍ଵିତୀୟ ପ୍ରେମିକ ଡିଜେଙ୍କୁ ଧମକ ଚମକ ମଧ୍ୟ ଦେଉଥିଲେ।