ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁରର ଶ୍ରୀ ଅରବିନ୍ଦ ସ୍କୁଲ ଖୋଲିବା ପରେ ଛାତ୍ର ଛାତ୍ରୀ ମାନଙ୍କ କ୍ଲାସ ଆରମ୍ଭ କରିବା ପୂର୍ବରୁ ପ୍ରାର୍ଥନା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ସମାଗମ ହେବା ପୂର୍ବରୁ ରାଜଗାଙ୍ଗପୁର ବାରଦୁୱାର ରୋଡ଼ ମୁନିର ବାଗାନ ମୁସ୍ତାକ ବାଡ଼ିରେ ରହୁଥିବା ମହମ୍ମଦ ନଉସାଦ ଅଲ୍ଲୀଙ୍କ ପୁଅ ମହମ୍ମଦ ମୋହଡ୍ଡୀଶ (୧୫ ବର୍ଷ ବୟସ) ୧୦ମ ଶ୍ରେଣୀର ଛାତ୍ର ପ୍ରାର୍ଥନା ସଭାକୁ ଯାଉଥିବା ସମୟରେ ହଠାତ୍ ତଳେ ବସିଯାଇଥିଲା ତାକୁ କିଛି ଯନ୍ତ୍ରଣା ହୋଉଥିବା ନେଇ ଶିକ୍ଷକ ମାନେ ଲକ୍ଷ କରିଥିଲେ । ତେବେ ତାକୁ ସାଙ୍ଗେ ସାଙ୍ଗେ ସ୍କୁଲର ଅଧକ୍ଷ ଦୀନବନ୍ଧୁ ସେନାପତି ଉପାଧକ୍ଷ୍ୟ ରଘୁନାଥ ସାମନ୍ତରାଏ ଉକ୍ତ ଛାତ୍ରକୁ ନେଇ ନିକଟରେ ଥିବା ଶାନ୍ତି ସଦନ ଚି଼କିତ୍ସାଳୟକୁ ଯାଇଥିଲେ l ପ୍ରାର୍ଥମିକ ଚିକିତ୍ସା ପରେ ଡାକ୍ତର ଛାତ୍ରକୁ ରାଉରକେଲା ଜୟ ପ୍ରକାଶ ମେଡିକେଲ ପଠାଇ ଦେଇଥିଲେ ତୁରନ୍ତ ଛାତ୍ରର ଅଭିଵାବକଙ୍କୁ ଖବର ଦେଇଥିଲେ ସେମାନେ ଆସି ପହଞ୍ଚିବା ପରେ ତାଙ୍କୁ ନେଇ ସାଙ୍ଗ ସ୍କୁଲ ବସ ଯୋଗେ ରାଉରକେଲା ଜୟ ପ୍ରକାଶ ମେଡିକେଲକୁ ନେଇ ଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ । ସେଠାରୁ ତାର ଅଭିଵାଭାକ ଶବକୁ ନେଇ ଆସିଥିଲେ l ସ୍କୁଲ କର୍ତ୍ତୃପକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ଗୃହକୁ ଯାଇ ତାର ପରିବାରବର୍ଗଙ୍କୁ ସମବେଦନା ଜଣାଇ ବା ସହ ଏପରି ମେଧାବୀ ଛାତ୍ରକୁ ଆମ ସ୍କୁଲ ହରାଇଥିବା ରୁ ସ୍କୁଲର ଅଧକ୍ଷ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହପାଠୀ ଛାତ୍ରଛାତ୍ରୀ ମର୍ମାହତ ହୋଇ ସମବେଦନା ଜଣାଇଥିଲେ ।