ବାଲେଶ୍ୱରର ଏକ ବେସରକାରୀ କଲେଜର ଜଣେ +2ଛାତ୍ରୀ ଗତକାଲି ରାତିରେ ସେ ରହୁଥିବା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ବାଳିକା ଜଣଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ତାଳପଡ଼ା ବୋଲି ଜଣାଇଛି ପୋଲିସ ।