କ୍ଲାସରୁମରେ ମୁଥମାରି ଅଧ୍ଯାପକଙ୍କ ମୁହଁ ଫଟାଇଦେଲା ଛାତ୍ର

ଶ୍ରେଣୀଗୃହକୁ ବିଳମ୍ବରେ ଆସିବାର କୈଫିୟତ ମାଗିବାରୁ ଅଧ୍ଯାପକଙ୍କୁ ମୁଥମାରି ମୁହଁ ଫଟାଇଦେଇଛି ଛାତ୍ର, ଘଟଣାସ୍ଥଳରେ ବେହୋସ ହୋଇ ତଳେ ପଡିଯାଇଥିବା ଅଧ୍ୟାପକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିକରିଯାଇଛି।

ଗତକାଲି ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡା ସଦର ଥାନା ଅନ୍ତର୍ଗତ କଣ୍ଟାପାଲୀ ଅଞ୍ଚଳରେ ଥିବା ପିକେଏସଏସ ବେସରକାରୀ କଲେଜରେ।

୩୨ ବର୍ଷ ବୟସ୍କ ଅଧ୍ଯାପକ ଅମିତ କୁମାର ବାରିକ ଶ୍ରେଣୀଗୃହରେ ପାଠ ପଢାଉଥିବା ବେଳେ +୩ ଶେଷବର୍ଷ ଛାତ୍ର ୨୪ ବର୍ଷ ବୟସ୍କ ଛାତ୍ର ଦିନେଶ ବିଳମ୍ବରେ ଆସିଥିଲା, ଅଧ୍ଯାପକ ବାରିକ ତାକୁ ବିଳମ୍ବରେ ଆସିବାର କାରଣ ପଚାରିବାରୁ ସେ କୈଫିୟତ ଦେବା ବଦଳରେ ଯୁକ୍ତି କରିଥିଲା ଓ ଅଧ୍ଯାପକଙ୍କ ମୁହଁକୁ ଖୁବ ଜୋରରେ ମୁଥ ମାରିଥିଲା।

ଫଳରେ ଅଧ୍ଯାପକ ଅମିତ ସେହି ଶ୍ରେଣୀଗୃହରେ ବେହୋସ ହୋଇ ତଳେ ପଡିଯାଇଥିଲେ, ତାଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ଝାରସୁଗୁଡା ଜିଲ୍ଲା ଚିକିତ୍ସାଳୟ ଓ ପରେ ବୁର୍ଲା ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି, ତାଙ୍କର ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଆକ୍ରମଣକାରୀ ଛାତ୍ରକୁ ପୋଲିସ ୩୦୭ଦଫାରେ ଗିରଫ କରି କୋର୍ଟ ଫରଓ୍ଵାର୍ଡ କରିଛି, ସେ ବ୍ରଜରାଜନଗର ନଗର ଅଞ୍ଚଳର ବୋଲି ଜଣାପଡିଛି।

Leave A Reply

Your email address will not be published.