କଟକ: କଟକରେ ୩ ବର୍ଷ ପୁଅକୁ ମାରି ମାଆ ଆତ୍ମହତ୍ୟା କରିବା ଘଟଣାରେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆକୁ ପୋଲିସ ଗିରଫ କରିଛି। ଗତକାଲିଠାରୁ ତାଙ୍କୁ ଅଟକ ରଖି ମଧୁପାଟଣା ଥାନା ପୋଲିସ ପଚରାଉଚରା କରିଥିଲା।
ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସନ୍ତୋଷ ଖୁଣ୍ଟିଆ ଗିରଫ ହୋଇଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।
ସୂଚନାଯୋଗ୍ୟ ଯେ ଗତକାଲି ୩ ବର୍ଷର ଛୁଆରୁ ମାରି ନିଜେ ଆତ୍ମହତ୍ୟା କରିଥିଲେ ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ । ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ତଦନ୍ତ ଭିତରେ ଶିଳ୍ପୀଙ୍କ ଶେଷ ହ୍ଵାଟସ୍ଆପ୍ ଚାଟ୍ ମୃତ୍ୟୁ ରହସ୍ୟ ବଢାଇଥିଲା। ନିଜ ବଡ଼ ଭଉଣୀ ସହ ହ୍ଵାଟସ୍ ଆପ୍ରେ ଚାଟିଂ ଦାମ୍ପତ୍ୟ ଜୀବନ ଝ଼ଡ଼, ମନର କୋହ ଓ ମୃତ୍ୟୁର କାରଣ ଲେଖିଥିଲେ ଶିଳ୍ପୀ। ଏହା ପରେ ପୋଲିସ ସନ୍ତୋଷଙ୍କୁ ଗିରଫ କରିଛି।