ଯୁବକଙ୍କୁ ଛୁରାମାଡ଼

ପୁରୀ ଦରଜୀପୋଖରୀ ଅଞ୍ଚଳରେ ଗତକାଲି ଶୁଭମ୍ ବାରିକ ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲ ହସ୍ପିଟାଲକୁ ନିଆଯାଇଛି। ତାଙ୍କୁ ଆକ୍ରମଣ କରିଥିବା ୨ ଯୁବକ ତାଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି। ସମ୍ପର୍କୀୟ ୨ ଜଣ ପ୍ରବଳ ନିଶାଖୋର ହୋଇଥିବା ହେତୁ ଶୁଭମ୍ ଦୁହିଁଙ୍କୁ ଗୋପାଳପୁର ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଇଥିଲେ, ସେହି ରାଗରେ ସେମାନେ ତାକୁ ଛୁରାମାଡ଼ କରିଛନ୍ତି ବୋଲି କହିଛନ୍ତି ପରିବାର ଲୋକେ।କୁମ୍ଭାରପଡା ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.