ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବିନ୍ଧାଣି ସାହିରେ ଘଟିଛି ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା, ବାହାଘର ଡେରି କରୁଥିବାରୁ, ୪୦ ବର୍ଷ ବୟସ୍କ ପୁଅ ୬୧ ବର୍ଷ ବୟସ୍କା ମା’କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି। ଗୋପାଳ ଓଝା ନାମକ ଯୁବକ ନିଜ ବିବାହକୁ ନେଇ ସର୍ବଦା ଘରେ ପାଟିତୁଣ୍ଡ କରୁଥିବା କଥା ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ମିଳିଛି, ଗତ ଶନିବାର ରାତିରେ ଏହାକୁ ନେଇ ସେ ନିଜ ମା ପ୍ରେମଲାତାଙ୍କ ସହ ଝଗଡା କରିଥିଲା ଓ ରାଗରେ ଉତ୍ୟକ୍ତ ହୋଇ ମା’କୁ ହାଣିଦେଇ ଫେରାର ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରିଛି ଓ ନିକଟସ୍ଥ ବିଦାପଡ଼ା ଗ୍ରାମରେ ଲୁଚିଥିବା ଗୋପାଳକୁ ଗିରଫ କରିଛି ।