ଭଦ୍ରକ : ହାଇୱା ଧକ୍କାରେ ଜ୍ବାଇଁର ମୃତ୍ଯୁ, ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଶ୍ୱଶୁର । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବିରସ ଛକରେ । ସୂଚାନୁସାରେ ଜାମୁଝାଡି – ଧାମରା ରାସ୍ତାର ପ୍ରଶସ୍ତୀକରଣ କାମ ଚାଲିଥିବା ବେଳେ ବିଦେଇପୁର ଗ୍ରାମର ରମେଶ ଚନ୍ଦ୍ର ଜେନା ଓ ଶ୍ୱଶୁର ସୁଶୀଳ କୁମାର ଜେନା ଏକ ବାଇକ ଯୋଗେ ବାସୁଦେବପୁରରୁ ବିଦେଇପୁର ଅଭିମୁଖେ ଫେରୁଥିଲେ । ବିରସ ଛକରେ ରାସ୍ତା କାମ ଚାଲୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ରମେଶ ଚନ୍ଦ୍ର ଜେନାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶ୍ୱଶୁର ସୁଶୀଳ କୁମାର ଜେନା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ରେଫର କରାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ବାଇକଟି ଘୋଷାଡ଼ି ଯୋଇଯିବାରୁ ସେଥିରେ ନିଆଁ ଲାଗିଯାଇଥିଲା । ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି କ୍ଷତିପୁରଣ ଦାବି କରିଥିଲେ।