୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାମପୁର ବ୍ଲକ ମୃତ୍ତିକା ସଂରକ୍ଷଣ ଓଭରସିଅର ଧନୁଜୟ ଧୋବାଙ୍କୁ ଧରିଛି ଭିଜିଲାନ୍ସ, ତାଙ୍କ ପାଖରୁ ମୋଟ ଲାଞ୍ଚ ପରିମାଣ ରାଶି ଜବତ କରାଯାଇଛି।
ମନରେଗା ହିତାଧିକାରୀଙ୍କୁ ପ୍ରାପ୍ୟ ଖଲାସ କରିବା ପାଇଁ ଏହି ପରିମାଣ ଟଙ୍କା ଦାବି କରିଥିଲେ ଶ୍ରୀ ଧୋବା। ପରେ ସମ୍ପୃକ୍ତ ଓଭରସିଅରଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଆକଳନ କରିବାକୁ ଭିଜିଲାନ୍ସ ପକ୍ଷରୁ ଶ୍ରୀ ଧୋବାଙ୍କ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଛି।