ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୋଲିସ ନାବାଳିକାକୁ ଯୌନ ଉତ୍ପୀଡନ ଅପରାଧରେ ଆଜି ଧର୍ଷଣକାରୀକୁ ଗିରଫ କରିଛି ।
ପୀଡିତାର ପିତା ଥାନାରେ ଦାୟର କରିଥିବ ଏତାଲାରୁ ଜଣାପଡିଛି ଯେ ୨୦୨୦ ମସିହା କୋଭିଡ ଲକ୍ ଡାଉନ କାଳରେ ସଂଧ୍ୟା ୮ ସମୟରେ ଟ୍ଯୁସନରୁ ଘରକୁ ଫେରୁଥିବା ବେଳେ ୨ ଅଭିଯୁକ୍ତ ବାଦଲ ମିଞ୍ଜ ଓ ନରେନ ମାଝୀ ତାଙ୍କ ଝିଅକୁ ରାସ୍ତାରୁ ଉଠାଇ ଏକା ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ ଓ ଦୁଷ୍କର୍ମର ଭିଡିଓ ଉଠାଇ ଏକଥା କାହାକୁ କହିଲେ ପରିଣତି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ ।
ପରେ ସେହି ଭିଡିଓକୁ ଭାଇରାଲ କରିଦେବାର ଭୟ ଦେଖାଇ ସେମାନେ ତା ସହ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ପୀଡିତାର ପିତା ।
ଏମାନଙ୍କର ଯୌନ ଅତ୍ଯାଚାର ସହି ନପାରି ବାଳିକାଜଣକ ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲା ଓ ସେଠାରୁ ସ୍କୁଲ ହଷ୍ଟେଲକୁ ଚାଲି ଯାଇଥିଲା ।
ମାତ୍ର ଗ୍ରୀଷ୍ମଛୁଟିରେ ଝିଅ ଘରକୁ ନଆସିବାରୁ ତାର ପିତା ସ୍କୁଲ ହଷ୍ଟେଲକୁ ଯାଇଥିଲେ ଓ ସେଠାରୁ ହଷ୍ଟେଲ ପରିଚାଳିକାଙ୍କ ଠାରୁ ସବୁକଥା ଜାଣିବାକୁ ପାଇଲେ ବୋଲି ପୋଲିସ ଥାନାରେ ଜଣାଇଛନ୍ତି।
ଅଭିଯୋଗ ଆଧାରରେ ବାଦଲକୁ ଗିରଫ କରାଯାଇଛି ଓ ତଦନ୍ତ ଚାଲୁ ରହିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।