ନାବାଳିକାକୁ ଯୌନ ଅସଦାଚରଣ : କନେଷ୍ଟବଳ ଗିରଫ

ଗତକାଲି ଭୁବନେଶ୍ୱର ମହିଳା ଥାନା ପୋଲିସ ଜଣେ ନାବାଳିକା ସହ କ୍ରମାଗତ ୪ବର୍ଷ ଧରି ଯୌନ ଅସଦାଚରଣ କରିଥିବା ଅଭିଯୋଗରେ କନେଷ୍ଟବଳ ରଜନୀକାନ୍ତ ଗମାଂଗଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି ।
ଗତ ୪ ବର୍ଷ ଧରି ଧମକ ଚମକ ଓ ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ଗମାଂଗ ତା’ ସହ ଯୌନ ଅସଦାଚରଣ କରିଆସୁଥିଲା ବୋଲି ୧୩ ବର୍ଷ ବୟସ୍କା ବାଳିକାଜଣକ ମହିଳା ଥାନାରେ ଅଭିଯୋଗ କରିବା ପରେ ଗମାଂଗଙ୍କୁ ଗିରଫ କରାଯାଇଛି ।

ଭୟରେ ଏକଥା ସେ କାହାକୁ କହି ପାରୁନଥିଲା, ଶେଷରେ ଅତ୍ୟାଚାର କ୍ରମଶଃ ସୀମା ଟପୁଥିବାରୁ ସାହସ ସଞ୍ଚୟ କରି ସବୁକଥା ଚାଇଲଡ ଲାଇନରେ କହିଥିଲା ।

ଭିଡିଓ ଗୁଡିକ ଭାଇରଲ ନ କରିବା ପାଇଁ ୫୦ହଜାର ଟଙ୍କା ଆଣି ଦେବାକୁ ବାଳିକାଜଣଙ୍କୁ କନେଷ୍ଟବଳ ଗମାଂଗ କହିଥିବା କଥା ମଧ୍ୟ ସେ ପୋଲିସ ପାଖରେ ପ୍ରକାଶ କରିଛି

Leave A Reply

Your email address will not be published.