ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ଗୁଳିକରି ମାରିଲେ

ହତ୍ୟା ଓ ରକ୍ତପାତର ଆତଙ୍କରେ ଭୟଭୀତ ପୁରୀବାସୀ, ଗତକାଲି ଶ୍ରୀମନ୍ଦିର ସାମ୍ନା ଏମାର ମଠ ନିକଟରେ ଲୋକନାଥ ମନ୍ଦିରର ସେବାୟତ ଶିବରାମ ପାତ୍ରଙ୍କୁ ଜଣେ ଦୁର୍ବୃତ୍ତ ଗୁଳିମାରି ହତ୍ୟା କରିଛି ।

ସେବାୟତ ଜଣକ ବାଇକରେ ଘରକୁ ଫେରୁଥିବା ବେଳେ ତାଙ୍କ ମୁଣ୍ଡରେ ଗୁଳିମାଡ ହୋଇଥିଲା।

ପୋଲିସ ଅଭିଯୁକ୍ତ ଚନ୍ଦନ ବାରିକକୁ ଗିରଫ କରି ଅଟକ ରଖି ପଚରାଉଚୁରା କରୁଛି, ତା ନିକଟରୁ ଏକ ବନ୍ଧୁକ ଜବତ ହୋଇଛି । ପ୍ରେମ ବ୍ଯାପରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅନ୍ୟ ଏକ ଘଟଣାରେ ମାଉସୀ ମା’ ମନ୍ଦିର ସମ୍ମୁଖରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି ।

ଏଥିରେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ରଥଯାତ୍ରା ପୂର୍ବରୁ କଡା ସୁରକ୍ଷା ବଳୟ ଥିବା ସତ୍ତ୍ୱେ ସନ୍ଧ୍ୟାରେ ଲୋକ ଗହଳି ଭିତରେ ବଡଦାଣ୍ଡରେ ଏପରି ଦୁଇଟି ଅଘଟଣ ପରେ, ସହରର ସୁରକ୍ଷା ବ୍ଯବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.