ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡ଼ିହି ରେଳଷ୍ଟେସନ ନିକଟରୁ ନିକଟରୁ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛି ଡିଭିଏଫ୍ ଯବାନ। ପୋଲିଶ ଓ ଡିଭିଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନବେଳେ ଟୋପାଡ଼ିହି ରେଳଷ୍ଟେସନ ନିକଟରୁ ଲ୍ୟାଣ୍ଡ ମାଇନକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଲ୍ୟାଣ୍ଡମାଇନ ଟିକୁ ନିଷ୍କ୍ରିୟ ମଧ୍ୟ କରି ଦିଆଯାଇଛି। ବୋମା ନିଷ୍କ୍ରିୟ କାରି ଟିମ୍ ଜବତ ଲ୍ୟାଣ୍ଡମାଇନ ଟିକୁ ନିଷ୍କ୍ରିୟ କରିଦେଇଛନ୍ତି। ଲ୍ୟାଣ୍ଡ ମାଇନ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଘଟଣା ସ୍ଥଳରେ ସି ଆର ଏଫ୍ ଯବାନଙ୍କୁ ମଧ୍ୟ ମୃତୟନ କରାଯାଇଛି। ଯେହେତୁ ରେଳ ଧାରଣ ନିକଟରୁ ଉଦ୍ଧାର କରାଯାଇଛି ପ୍ରଶ୍ନ ଉଠୁଚି ନକ୍ସଲ ମାନଙ୍କ ଟାର୍ଗେଟରେ ଥିଲାକି ଟ୍ରେନ। ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡ଼ିହି ଷ୍ଟେସନମାଷ୍ଟର ଓ ରେଳବାଇ ଅନ୍ୟ କର୍ମଚାରୀ ମାନଙ୍କୁ ସତର୍କ କରିଦିଆଯାଇଛି।