ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ପରେ ଏବେ ପଞ୍ଜାବି ସିଙ୍ଗର ମାନଙ୍କ ମଧ୍ୟରେ ଭୟର ଆତଙ୍କ ଖେଳି ଯାଇଛି । ଏନେଇ ତତ୍ପରତା ଦେଖାଇ ଯୋଧପୁର ଠାରେ ଏକ ରିୟଲିଟି ଟିଭି ଶୋ’ର ସୁଟିଂ କରୁଥିବା ମିକା ସିଂଙ୍କୁ ସୁରକ୍ଷା ପ୍ରଦାନ କରିଛି ଯୋଧପୁର ପୋଲିସ । ଯଦିଓ ମିକା ସିଂ ଏନେଇ କୌଣସି ଅନୁରୋଧ କରିନାହାନ୍ତି, ତଥାପି ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ପରେ ଆମେ ସତର୍କତା ଅବଲମ୍ବନ କରୁଚୁ ବୋଲି କହିଛନ୍ତି ଡିସିପି ଭୁବନ ଯାଦବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମିକା ସିଂ ରହୁଥିବା ହୋଟେଲ ଉମ୍ମଦ ବାହାରେ ଏକ ପୋଲିସ ଟିମ୍ ନିୟୋଜିତ ହୋଇଥିବାବେଳେ କିଛି କର୍ମଚାରୀ ଭିତରେ ମଧ୍ୟ ଅଛନ୍ତି । ଏହା ଛଡା ଏକ ପୋଲିସ୍ ପାଟ୍ରୋଲିଂ କାର୍ ମଧ୍ୟ ହୋଟେଲ ବାହାରେ ନିୟମିତ ରାଉଣ୍ଡ ମାରିବ ବୋଲି ସୂଚନା ଦେଇଛନ୍ତି ।
ତେବେ ପୂର୍ବରୁ ସିଦ୍ଧୁ ମୁସେ ୱାଲାଙ୍କୁ ଗ୍ୟାଙ୍ଗଷ୍ଟରଙ୍କଠାରୁ ଅନେକ ଧମକ ମିଳିଛି ବୋଲି କହିଥିଲେ ମିକା ସିଂ। ଗାୟକ-ରାଜନେତାଙ୍କ ହତ୍ୟାରେ ପଞ୍ଜାବରେ ସକ୍ରିୟ ଥିବା ଏକ ପ୍ରମୁଖ ଗ୍ୟାଙ୍ଗର ହାତ ଥିବା ସେ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାର ସିଦ୍ଧୁ ମୁସେ ୱାଲାଙ୍କ ସୁରକ୍ଷା ପ୍ରତ୍ୟାହାର କରିବାରର ଗୋଟିଏ ଦିନ ପରେ ଗତ ରବିବାର ଦିନ ପଞ୍ଜାବର ମାନସା ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା । ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ ସହିତ ଘନିଷ୍ଠ ସମ୍ପର୍କ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରା ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି ।