ସମ୍ବଲପୁର : ଆଜି ସମ୍ବଲପୁର କୋର୍ଟରେ ଉଠିଲା ଧାରା ୧୪୪।
ଦୀର୍ଘ ୨୦ ଦିନ ପରେ ଅଚଳାବସ୍ଥା ହଟିଛି।
ଆଜି ସମ୍ବଲପୁର କୋର୍ଟରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି।
ଅନ୍ୟପଟେ ସମ୍ବଲପୁର କଚେରି ଅଞ୍ଚଳରେ ଆଜି ରାତି ଯାଏଁ ୧୪୪ ଧାରା ଜାରି ରହିବ।
ଆଜି ରାତିରୁ ୧୪୪ ଧାରା ସମ୍ପୂର୍ଣ୍ଣ ଉଠିଯିବ ।
ସୂଚନା ଅନୁସାରେ ସକାଳ ୧୦.୩୦ ପରେ ଓକିଲମାନେ କୋର୍ଟକୁ ଆସିଛନ୍ତି।
ସମ୍ବଲପୁରର ଓକିଲ ସଂଘ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହାସହ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଗତ ଡିସେମ୍ବର ୭ ତାରିଖରୁ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।
ପାଖାପାଖି ୨୦ ଦିନ ଧରି କୋର୍ଟ କାମ ବନ୍ଦ ରହିବାରୁ ଲୋକେ ନାନା ଅସୁବିଧାର ସାମ୍ନା କରିଥିଲେ।
ଏବେ କୋର୍ଟ କାମ ପୁଣିଥରେ ଆରମ୍ଭ ହେଉଥିବାରୁ ଲୋକେ ଆଶ୍ୱସ୍ତି ହୋଇଛନ୍ତି।