୨୦୧୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ, ଦଳର ଗଣମାଧ୍ୟମ ସେଲର ଆବାହକ ଓ ସାଧାରଣ ସମ୍ପାଦକ ମଧ୍ୟ ହୋଇଥିଲେ। କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରର ଭୂଲ ଭଟକା ଓ ଜନବିରୋଧୀ ନୀତିବିରୋଧୀ କାର୍ଯ୍ୟକ୍ରମକୁ ବସ୍ତୁନିଷ୍ଡ ଭାବେ ସମାଲୋଚନା କରୁଥିଲେ, ମାତ୍ର ଶରତ ପଟ୍ଟନାୟକ ଦଳର ରାଜ୍ୟ ସଭାପତି ହେବା ପରେ ସତ୍ୟ ପ୍ରକାଶଙ୍କ ଗୁରୁତ୍ୱ ଓ ଆବଶ୍ୟକତାକୁ ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା କରାଯାଇଥିଲା। ଅବଶେଷରେ ଶ୍ରୀ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି, ସେ କହିଛନ୍ତି ଯେ କଂଗ୍ରେସରେ ରହି କାମ କରିବା ତାଙ୍କ ପାଇଁ ଏକ ସ୍ମରଣୀୟ ଗୌରବ ହୋଇ ରହିବ, ମାତ୍ର ଆଦର ନଥିବା ହେତୁ ଅତ୍ୟନ୍ତ ଭାରାକ୍ରାନ୍ତ ହୃଦୟରେ ସେ ଦଳ ଛାଡୁଛନ୍ତି !