ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରି ଦଳ ସୁପ୍ରିମୋ ସୋନିଆ ଗାନ୍ଧୀ ଆଜି ଶରତ ପଟ୍ଟନାୟକଙ୍କୁ ସଭାପତି ଭାବେ ନିଯୁକ୍ତ କରିଛନ୍ତି।
ପୂର୍ବତନ ସାଂସଦ ଓ ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।
ତାଙ୍କୁ ଦଳର ରାଜ୍ୟ ସଭାପତି କରାଯିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ନିରଞ୍ଜନ ଚାହୁଁଥିଲେ ଶରତ ସଭାପତି ହୁଅନ୍ତୁ ମାତ୍ର ଦଳର ବିଧାୟକମାନେ ଚାହୁଁଥିଲେ ସେମାନଙ୍କ ମଧ୍ୟରୁ ଜଣକୁ ସଭାପତି କରାଯାଉ।
ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କଟକ ବିଧାୟକ ମହମଦ ମୋକିମଙ୍କୁ ସଭାପତି କରାଯିବାକୁ ଦଳର ପ୍ରଭାବଶାଳୀ ଗୋଷ୍ଠୀ ଚାହୁଁଥିଲେ ।