ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ରାମପଡା ସରକାରୀ ପ୍ରାଥମିକ ସ୍କୁଲର ସାନସାନ ଛାତ୍ରଛାତ୍ରୀଙ୍କୁ ପିଇବା ପାଣି ସଂଗ୍ରହ କରିବାକୁ ଅଧା କିଲୋମିଟର ଦୂର ଚାଲିଚାଲି ଯିବାକୁ ପଡୁଛି, ଏବେ ଖରାଦିନ ଆରମ୍ଭ ହୋଇ ଯାଇଥିବାରୁ ପିଲାମାନଙ୍କ କଷ୍ଟ ବଢିଯାଇଛି।
ଏହି ସ୍କୁଲ ପିଲାଙ୍କ ପାଇଁ ପାଇପ ପାଣି ତ ଦୂରର କଥା, ଏଠାରେ ନଳକୂପଟିଏ ମଧ୍ୟ ନାହିଁ। ପ୍ରତ୍ୟେକ ସ୍କୁଲକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବ୍ଲକ ପ୍ରଶାସନର ବେପରବାୟ ମନୋଭାବ ଓ ଦାୟିତ୍ବହୀନ ଉଦାସୀନତା ଯୋଗୁଁ ରାମପଡା ପ୍ରାଥମିକ ସ୍କୁଲକୁ ଜଳଯୋଗାଣ ବ୍ଯବସ୍ଥା ହୋଇପାରି ନାହିଁ ଓ ଛାତ୍ରଛାତ୍ରୀଙ୍କୁ କଷ୍ଟ ଭୋଗିବାକୁ ହେଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।