ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ସନ୍ଦୀପ ଯାଦବ ମୃତ

ଓଡିଶା ସମେତ ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଆତଙ୍କ ଖେଳାଇ ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ସନ୍ଦୀପ ଯାଦବର ମୃତ୍ୟୁ ହୋଇଥିବା ଜଣା ପଡିଛି।

ତାକୁ କେହି ବିଷଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
୬ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ବିହାର ଗୟା ଜିଲ୍ଲାର ଏହି ନକ୍ସଲ କମାଣ୍ଡରକୁ ୬ ରାଜ୍ୟର ପୋଲିସ୍‌ ଖୋଜୁଥିଲା। ମୃତ୍ୟୁ ବେଳକୁ ଯାଦବକୁ ୫୫ ବର୍ଷ ବୟସ ହୋଇଥିଲା।

ତା’ ବିରୋଧରେ ଉପରୋକ୍ତ ୬ଟି ରାଜ୍ୟରେ ୫୦୦ରୁ ଅଧିକ ମାମଲା ଥିଲା ।

୩ ଦଶନ୍ଧି ଧରି ପୋଲିସର ନିଦ ହଜାଇ ଦେଇଥିବା ଏହି ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ପାଇଁ ପ୍ରାୟ ୮୪ ଲକ୍ଷରୁ ଅଧିକ ଟଙ୍କା ପୁରସ୍କାର ଘୋଷଣା କରା ଯାଇଥିଲା ।

Leave A Reply

Your email address will not be published.