୨୦୨୨-୨୩ ବର୍ଷ ପାଇଁ ୨ଲକ୍ଷ କୋଟିର ବଜେଟ : ମୁଖ୍ୟମନ୍ତ୍ରୀ କହିଲେ ପ୍ରଗତିର ବଜେଟ

ଓଡିଶା ବିଧାନସଭାରେ ଗତକାଲି ୨୦୨୨-୨୩ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞନ ପୂଜାରୀ। ଏଥରର ବଜେଟରେ ଗତବର୍ଷ ତୁଳନାରେ ୧୭.୬ % ବୃଦ୍ଧି କରାଯାଇଛି ।

ଏଥରର ବଜେଟରେ ଗ୍ରାମାଞ୍ଚଳ ଗୃହନିର୍ମାଣ ପାଇଁ ୫ହଜାର ୯୦୬ କୋଟି ଟଙ୍କା ରଖାଯାଇଛି।

ଶିକ୍ଷା ଓ ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ସ୍ଵାସ୍ଥ୍ୟସେବା ପାଇଁ ଗତବର୍ଷ ତୁଳନାରେ ୩୮% ଅଧିକ ଅର୍ଥ ଆବଣ୍ଟନ କରାଯାଇଛି ।

ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ପାଇଁ ୪୨% ଅଧିକ ଅର୍ଥ ରଖାଯାଇଛି ।

ଐତିହ ସଂରକ୍ଷଣ ଓ ବିକାଶକୁ ମଧ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

କ୍ରିଡା ଓ ପର୍ଯ୍ୟଟନ ପାଇଁ ସର୍ବକାଳୀନ ସର୍ବାଧିକ ପାଣ୍ଠି ବରାଦ କରାଯାଇଛି।

୨୦୨୨-୨୩ ବଜେଟ ଓଡ଼ିଶାର ଗରିବଲୋକଙ୍କ ଜୀବନ ଜୀବିକାର ଉନ୍ନତି ସାଧନ, ନାରୀ ସଶକ୍ତିକରଣ, ସ୍ଵାସ୍ଥ୍ୟସେବା, ଶିକ୍ଷା ଓ ଦକ୍ଷତା ବିକାଶ ଦିଗରେ ସହାୟକ ହେବ ।

Leave A Reply

Your email address will not be published.