ଟ୍ରେନ ଆଗକୁ ଡେଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା : ସୁଇସାଇଡ ନୋଟରେ 4 ଜଣଙ୍କ ନାମ
ସମ୍ବଲପୁର ତମ୍ପେରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ ନାଥ ଆଜି ସକାଳେ ସମ୍ବଲପୁରସିଟି ରେଳଷ୍ଟେସନରେ ଚଳନ୍ତା ଟ୍ରେନ ଅଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ଶ୍ରୀ ନାଥ ଗତ ଜୁନ ମାସରେ ଚାକିରିରୁ ଅବସର ନେଇଥିଲେ।
ପ୍ରାପ୍ତ ସୂଚନାରୁ ଜଣପଡିଛି ଯେ ସେ ମୋଟର ସାଇକଲରେ ସ୍ଟେସନକୁ ଆସିଥିଲେ – ମୋଟର ସାଇକଲ ଓ ଚପଲ ସହିତ ଏକ ସୁଇସାଇଡ ରଖିଦେଇ ସେ ଏକ୍ସପ୍ରେସ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ।
ସୁଇସାଇଡ ନୋଟରେ ତମ୍ପେରକେଲା ହାଇସ୍କୁଲର 4ଜଣ କର୍ମଚାରୀଙ୍କୁ ସେ ନିଜ ଆତ୍ମହତ୍ୟାପାଇଁ ଦାୟୀ କରିଛନ୍ତି।
ସେମାନେ ହେଲେ ସର୍ବଶ୍ରୀ ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ। ପୋଲିସ ଘଟଣାର ତଦନ୍ତ କରୁଛି।