ବାଚସ୍ପତିଙ୍କ ପରେ ୨ମନ୍ତ୍ରୀଙ୍କ ଇସ୍ତଫା : ଦାୟିତ୍ୱ ସମ୍ଭାଳିବେ ପ୍ରମିଳା ମଲ୍ଲିକ

ଗତକାଲି ବ୍ଯକ୍ତିଗତ କାରଣରୁ ଓଡିଶା ବିଧାନସଭା ବାଚସ୍ପତି ଇସ୍ତଫା ଦେବାପରେ ୨ ରାଷ୍ଟ୍ରମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଲୋକାପବାଦ ଓ ବିବାଦ ଘେରରେ ଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ଦାଶ ନିମାପଡ଼ାରୁ ବିଧାୟକ ଥିବା ବେଳେ ଶ୍ରୀସାହୁ ପୋଲସାରରୁ ବିଧାୟକ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଇସ୍ତଫା ଗ୍ରହଣ କରି, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଉପରୋକ୍ତ ଦୁଇ ଵିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି।
ଆଗକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ ଏକ ଛୋଟ ଧରଣର ଅଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.