ବିଷାକ୍ତ ପିମ୍ପୁଡି ଆକ୍ରମଣରେ ଅସ୍ତବ୍ୟସ୍ତ ଗ୍ରାମବାସୀ : ଘର ଛାଡି ପଳାଉଛନ୍ତି ଲୋକେ

ପୁରୀ ଜିଲ୍ଲା ପିପିଲି ବ୍ଲକର ବ୍ରାହ୍ମଣସାହି ଗ୍ରାମରେ ଆତଙ୍କ ଖେଳାଇ ଦେଇଛନ୍ତି ହଜାର ହଜାର ବିଷାକ୍ତ ପିମ୍ପୁଡି । ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି ଲୋକଙ୍କୁ, ଛୋଟ ପିଲା ଓ ବୟସ୍କା ମହିଳା ଏସବୁ ପିମ୍ପୁଡି ଆକ୍ରମଣରେ ବେଶୀ ଆକ୍ରାନ୍ତ ହେଉଛନ୍ତି । ଲୋକନକ କାମୁଡ଼ା ଜାଗା ଫୁଲିଯାଉଛି ଓ ଦେହସାରା କୁଣ୍ଡାଇ ହୋଇ ଫୁଲିଯାଉଥିବାର ଦେଖାଯାଉଛି । ଘର, ଖୋଲାପଡ଼ିଆ, ରାସ୍ତାଘାଟ, ଗଛଲତାର ମୂଳ, କାଠ, ମାଟି କାନ୍ଥ ଓ ବିଜୁଳି ବୋର୍ଡ଼ରେ ମନ୍ଦାକରି ଗାଁସାରା ମାଡି ଚାଲିଛନ୍ତି ଏସବୁ ପିମ୍ପୁଡି । ମଣିଷ ବ୍ୟତୀତ ଏମାନେ ସାପ, ମୂଷା, ଝିଟିପିଟି, ବେଙ୍ଗ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଆକ୍ରମଣ କରି କାମୁଡୁଛନ୍ତି ବୋଲି ପ୍ରକାଶ କରି ଗ୍ରାମବାସୀମାନେ କହିଛନ୍ତି ଯେ ଏଭଳି ମାରାତ୍ମକ ହିଂସ୍ର ପିମ୍ପୁଡି ସେମାନେ ଆଗରୁ କେବେ ଦେଖିନଥିଲେ । ପିମ୍ପୁଡିମାନଙ୍କ ଆକ୍ରମଣରେ ଅତିଷ୍ଠ ହୋଇ ଗ୍ରାମର 3 ପରିବାର ସେମାନଙ୍କ ଘର ଛାଡି ବାହାରକୁ ପଳାଇ ଗଲେଣି ଓ ପ୍ରଶାସନ ପକ୍ଷରୁ ତୁରନ୍ତ ପିମ୍ପୁଡିମାନଙ୍କୁ ମରିବାର ବ୍ୟବସ୍ଥା କରାନଗଲେ ଅନ୍ୟମାନେ ମଧ୍ୟ ଗ୍ରାମଛାଡି ପଳାଇଯିବେ ବୋଲି ଗ୍ରାମବାସୀମାନେ କହିଛନ୍ତି । ବନ୍ୟାଜଳ କମିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ଓଡିଶା କୃଷି ବିଶ୍ୱବିଦ୍ୟାଳୟର ଏକ ତଥ୍ୟ ସଂଗ୍ରହକାରୀ ଦଳ ଓ ପିପିଲି ବିଡ଼ିଓ ଘଟଣାସ୍ଥଳ ପରିଦର୍ଶନ କରି ବିଷାକ୍ତ ପିମ୍ପୁଡି ନମୁନା ସଂଗ୍ରହ କରି ନେଇଛନ୍ତି, ପରୀକ୍ଷାଗାରରେ ଅନୁସନ୍ଧାନ ପରେ ବିହିତ ନିରାକରଣ ପଦକ୍ଷେପ ନିଆଯିବ ବୋଲି କୃଷି ବିଶ୍ୱବିଦ୍ୟାଳୟ ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.