ରାଜଗାଙ୍ଗପୁର ପୈ।ରାଞ୍ଚଳ ରାସ୍ତା ପାଲଟିଛି ମରଣଯନ୍ତା

ରଞ୍ଜିତ କୁମାର ରାଉତ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଏଇଟା ଆମ ସୁନ୍ଦର ରାଜଗାଙ୍ଗପୁର ସହର ବ୍ଲକ , ତହସିଲ୍ କାର୍ଯ୍ୟାଳୟ କୋର୍ଟ୍ ଏଵଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ଏକ ମାତ୍ର ବିଶ୍ୱସ୍ତରୀୟ ରାସ୍ତା ।ଏଇ ରାସ୍ତାଟି ମାତ୍ର ଅଳ୍ପ ଦିନ ତଳେ ନିର୍ମିତ ହୋଇଛି। ହେଲେ ପ୍ରଶାସନ ପାଖେରେ ଏହାର କୌଣସି ଉତ୍ତର ନାହିଁ । ଧନ୍ୟ ହେ ସରକାରୀ ବାବୁ ମାନେ ଯିଏ ସବୁ ଏଇ ରାସ୍ତା ହେଇ ସବୁଦିନ ଯାଉଛ ହେଲେ ଠିକାଦାରଙ୍କ ଉପରକୁ ପ୍ରଶ୍ନ କରିବାର ସାହାସ ନାହିଁ । ପ୍ରତ୍ୟହ ଶହ ଶହ ଗାଡି ଧରି ପରିବାର ସହ ଯା ଆସ କରୁଥିଲେ ବି କେ।ଣସି ନେତା ମଧ୍ୟ ଏଥିପ୍ରତି ମିଳେ ମାତ୍ର ଦୃଷ୍ଟି ନିକ୍ଷେପ କରୁ ନ ଥିବାରୁ ସ୍ଥାନୀୟ ଜନସାଧାରଣ ବି ଆସନ୍ତା ନିର୍ବାଚନକୁ ଅପେକ୍ଷା କରିଛନ୍ତି ଉଚିତ ଜବାବ ଦେବାକୁ । ଅଳିଆ ଆବର୍ଜ୍ଜନା ଗୁଡିକ ରାସ୍ତା କଡ଼ରେ ଜମା ହୋଇଥିବା ବେଳେ ପୈ।ରାଧିକାରୀ ମଧ୍ୟ ଏଥିପ୍ରତି ଆଡ ଆଖିରେ ଚାହୁଁ ନ ଥିବା ନେଇ ଆଶ୍ଚର୍ଯ୍ୟ ଲାଗୁଛି । ଦେଖିବାକୁ ବାକି ରହିଲା କେତେ ଶୀଘ୍ର ଏହି ରାସ୍ତା ମରାମତି ସହ ଅଳିଆ ଆବର୍ଜ୍ଜନା ସଫା କରାଯାଉଛି ।

Leave A Reply

Your email address will not be published.