ଆଜି ପଦ୍ମପୁରରେ ଉପନିର୍ବାଚନ ପ୍ରଚାର ମୈଦାନ କୁ ଓହ୍ଲାଇ ଶାସକ ବିଜେଡି ସରକାର ଉପରେ ହାମଲାବୋଲ କରିଛନ୍ତି ରେଲମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
ବରଗଡ ନୂଆପଡା ରେଳପଥ ନିର୍ମାଣ ଦିଗରେ ରାଜ୍ୟ ସରକାରଙ୍କ ଅସହଯୋଗ କଥା ଉଲ୍ଲେଖ କରି ରେଳମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବରଗଡରୁ ପଦ୍ମପୁର ଦେଇ ନୂଆପଡକୁ ରେଲସଂଯୋଗ ପାଇଁ ଯାଗା ଦେଉନଥିବାରୁ ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନାହିଁ।
ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଲେ ଯେ ରାଜ୍ୟ ସରକାର କାଲି ଯାଗା ଯୋଗାଇ ଦେଲେ, ପରଦିନ ଠାରୁ କାମ ଆରମ୍ଭ କରାଯିବ।
ପଦ୍ମପୁର ଆଜି ପାୱାର ଶୋ’ କରିଛି ବିଜେପି, ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।