ଅନ୍ନପୂର୍ଣ୍ଣା ଲଜ୍‌ରେ ଚଢ଼ାଉ : ୮୦ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି।

ଗତକାଲି ରାତିରେ ବାହାର ରାଜ୍ୟର ୭ ଜଣ ଲୋକ କଣ୍ଟାବାଞ୍ଜି ସହରର ଏକ ଲଜରେ ଆସି ରହିଥିଲେ ସେମାନେ ତାଙ୍କ ସହିତ ୮୦ ଲକ୍ଷ ଆଣିଥିବାର ସୂଚନା ମିଳିଛି।

ନୂଆଁଖାଇ ପରେପରେ ବାହାର ରାଜ୍ୟର ଦଲାଲ ଆସି ଏଠାକାର କିଛି ଦଲାଲଙ୍କୁ ଟଙ୍କା ଦେଇ ଦାଦନମାନଙ୍କୁ ନିଜ ସାଙ୍ଗରେ ନେଇକରି ଯାଇଥାନ୍ତି।

ଲଜ୍ ରେ ରହୁଥିବା ଏହି ୭ ଜନକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।

ଏହା ମଧ୍ୟ ସନ୍ଦେହ କରାଯାଉଛି କି ଶ୍ରମିକ ଚାଲାଣ ପାଇଁ ବିଶାଖାପାଟନମ ଅଂଚଳରୁ କିଛି ଇଟାଭାଟି ମାଲିକ ଆସିଥିବା ହେଲେ ପୁଲିସ ଘଟଣାକୁ ଅନ୍ୟମୋଡ଼ ଦେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.