ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନଙ୍କ ବଡ ଘୋଷଣା ହାଇସ୍କୁଲ ରେ ଖୋଲିବ +୨

ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ସ୍କୁଲରେ ଏକାଦଶ ଖୋଲିବ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ମନ୍ତ୍ରୀଙ୍କ କହିବା ମୁତାବକ, ‘ଏବେ ଶିକ୍ଷକ ନିଯୁକ୍ତି ପ୍ରକିୟା ଚାଲିଛି ।

ତେବେ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯିବଯେଉଁସବୁ ବ୍ଲକରେ ଯୁକ୍ତ୨ କଲେଜ ନାହିଁ ସେଠାରେ ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ।

ଡ୍ରପ୍‌ଆଉଟ୍ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ।

ସେ କହିଛନ୍ତି ଯେ ବିଭିନ ଜାଗାରେ କଲେଜ ନଥିବାରୁ ମାଟ୍ରିକ ପାସକରିସାରିବା ପରେ ପିଲାମାନେ ପାଠ ଛାଡି ଦେଉଛନ୍ତି ବିଶେଷ କରି ଝିଅ ପିଲା ମାନେ ଅଧିକ ଅସୁବିଧାରେ ସମ୍ମୁଖୀନ ହଉଛନ୍ତି ।

ଏହି ସୁବିଧା ଦ୍ୱାରା ସେମାନେ ବହୁତ ପରିମାଣରେ ଉପକୃତ ହେବେ ।

ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ବହୁ ଦୂରରେ କଲେଜ ରହିଛି।

ତେଣୁ ମାଟ୍ରିକ୍ ପାସ୍ ପରେ ଏତେ ଦୂର ଯାଇ ପିଲାମାନେ ପାଠ ପଢ଼ିବା କଷ୍ଟାସାଧ୍ୟ ହେଉଛି।

ଏଥିରେ ରୋକ୍ ଲଗାଇବା ପାଇଁ ହାଇସ୍କୁଲକୁ ଅପ୍‌ଗ୍ରେଡେସନ୍ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

Leave A Reply

Your email address will not be published.