ଝାଡଖଣ୍ଡର ପୂର୍ବତନ ସାଂସଦ ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପତି ମୁର୍ମୁଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ବିଧାନସଭା ବୈଠକ ଆରମ୍ଭରୁ ବିଜେପି ବିଧାୟକମାନେ ଏହା ଉପରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ।
ସମସ୍ତ ବିଜେପି ବିଧାୟକ ୱେଲ ନିକଟକୁ ଆସି ପାଟିତୁଣ୍ଡ କରିଥିଲେ ଓ କଂଗ୍ରେସ ବିଧାୟକ ଦଳ ଏଠିପାଇଁ କ୍ଷମା ମାଗୁ ବୋଲି ଦାବି କରିଥିଲେ ।
ଅଗତ୍ୟା ବାଚସ୍ପତି ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୂଳତବୀ ରଖିଥିଲେ ।
ଶ୍ରୀ କୁମାର କହିଥିଲେ ଯେ ଶ୍ରୀମତୀ ମୁର୍ମୁ ନିଜେ ଜଣେ ଭଲ ଲୋକ ହୋଇଥିବା ସତ୍ତ୍ୱେ ସେ ଖରାପ ତତ୍ତ୍ୱ ପକ୍ଷରେ ଅଛନ୍ତି, ସେ ଦେଶର ଆଦିବାସୀମାନଙ୍କୁ ପ୍ରତିନିଧିତ୍ୱ କରୁ ନାହାନ୍ତି !
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଗୃହ ବାହାରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ବିଜେପି ବିଧାନସଭାରେ ଏଭଳି ହଟ୍ଟଗୋଳ କରିବାର ପ୍ରାସଙ୍ଗିକତା ନାହିଁ, କେବଳ ପ୍ରଚାର ପାଇଁ ସେମାନେ ଏପରି କରୁଛନ୍ତି !