ଇଡି ଅଫିସ ଆଗରେ ବିକ୍ଷୋଭ : ୪୦ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

କେନ୍ଦ୍ର ସରକାର ମିଛ କେସରେ ରାହୁଲ ଗାନ୍ଧୀଙ୍କୁ ପ୍ରତାଡିତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ଯବହାର କରୁଥିବା ଅଭିଯୋଗ କରି ରାଜ୍ୟ ଯୁବ କଂଗ୍ରେସ କର୍ମୀମାନେ ଆଜି ଭୁବନେଶ୍ୱର ଇଡିକାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କଂଗ୍ରେସ କର୍ମୀମାନେ ଇଡି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା, ପୋଲିସ ୪୦ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି ।

ଉଲ୍ଲେଖନୀୟ ଯେ ୪ର୍ଥ ଥର ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ।

ଆଉ ଏହାକୁ ନେଇ କଂଗ୍ରେସର ବିରୋଧ ଜାରି ରହିଛି, ବିରୋଧୀମାନଙ୍କୁ ସାବାଡ କରିବା ପାଇଁ ବିଜେପିର ତାନାଶାହୀ ଶାସନ ବିରୋଧରେ କଂଗ୍ରେସର ସତ୍ଯାଗ୍ରହ ଚାଲୁ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.