ପ୍ରୋ ସିଜିନ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଉରକେଲା (ବିଜୟ ପ୍ରଧାନ) : ଜଲଦାର ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦ୍ବାରା ପ୍ରୋ ସିଜିନ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜଲଦା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସମାଇ ସୋରେନଙ୍କ ସଭାପତିତ୍ବ ତଥା ମଂଚ ସଂଯୋଜନାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସିଆରପିଏଫ ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଥୁରା ତନ୍ତୀ,ଜଲଦା ସରପଞ୍ଚ ଗୀତା ଓରାମ, ସମିତି ମେମ୍ବର ନୈନା ଭଞ୍ଜ, ହାତୀବନ୍ଧର ପ୍ରାକ୍ତନ ସରପଞ୍ଚ ଚମର ସିଂ ମୁଣ୍ଡାରୀ,ଜଲଦା ର ପ୍ରାକ୍ତନ ସରପଞ୍ଚ ଯତ୍ରୁ ଓରାମ, ଘନଶ୍ୟାମ କାୟତ,ଆନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଓ ରନର୍ସ ଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ୩ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭେଟେରାନ ର ୮ଟି ଦଳ, ଯୁବ ବିଭାଗର ୧୬ ଦଳ ଓ ୧୪ବର୍ଷ ରୁ କମ୍ ୪ଟି ଦଳ ଭାଗନେଇଥିଲେ। ଏଥିରେ ଯୁବ ବିଭାଗର ନୟାଡେରା ଅସୁରାଛପଲ ର ପଣ୍ଡିତ ରଘୁନାଥ ମୁର୍ମୁ ୟଙ୍ଗ କ୍ଲବ ଜଲଦା ର ୟୁନାଇଟେଡ ସ୍ପୋର୍ଟସ କ୍ଲବକୁ ପରାସ୍ତ କରି ଟ୍ରଫି ସହ ୧୩ହଜାର ଟଙ୍କା ନଗଦ ଓ ରନର୍ସ ଦଳକୁ ଟ୍ରଫି ସହ ୭ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଭେଟେରାନ ବ୍ରଦର୍ଶ ଲୋଲୋ ବରକାନୀ ଦଳ ଭେଟେରାନ ପ୍ରଧାନପାଲି କୁ ହରାଇ ଟ୍ରଫି ସହ ୭ହଜାର ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଖେଳାଳୀ ଙ୍କୁ ଉତ୍ସାହିତ କରିବା ସହ ଏହାଦ୍ବାରା ଶାରିରୀକ ସୁସ୍ଥତା ଓ ଭାଇଚାରା ବୃଦ୍ଧି ହୁଏ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶଙ୍କର ରାଜ ଅତିଥି ମାନଙ୍କ ପରିଚୟ ଓ ଶେଷରେ ସୁନିଲ୍ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ସହସ୍ରାଧିକ ଦର୍ଶକ ଉପସ୍ଥିତ ଥିଲେ।

Leave A Reply

Your email address will not be published.