ସମ୍ବିଧାନ ଦିବସରେ ନିଜ ମନକଥା କହି ସୁପ୍ରିମକୋର୍ଟ ସଭାଗୃହକୁ ବିହ୍ଵଳିତ କରିଦେଲେ ରାଷ୍ଟ୍ରପତି ମୁର୍ମୁ

ଗତକାଲି ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସମଗ୍ର ସଭାଗୃହକୁ ବିହ୍ଵଳିତ କରିଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

ଇଂରାଜୀରେ ପ୍ରସ୍ତୁତ ଭାଷଣ ପ୍ରଦାନ ଉପରାନ୍ତେ ଶ୍ରୀମତୀ ମୁର୍ମୁ ହିନ୍ଦିରେ ଭାରତର ସାଧାରଣ ନିରକ୍ଷର ଗରିବ ଲୋକମାନଙ୍କର ସମ୍ବିଧାନ ସମ୍ପର୍କିତ ଅବବବୋଧ ଓ ନ୍ଯାୟିକ ନିର୍ଯାତନା ବିଷୟରେ ନିଜ ମନକଥା ଅତ୍ୟନ୍ତ ଆବେଗାନ୍ଵୀତ ଭାବରେ କହିଥିଲେ।

ସେ କହିଲେ ଯେ ୧୯୫୮ ମସିହାରେ ଯେ ମୟୂରଭଞ୍ଜର ଏକ ନିପଟ ଅନୁନ୍ନତ ଗ୍ରାମରେ ତାଙ୍କର ଜନ୍ମ, ଲୋକେ ଗୁରୁ ଡାକ୍ତର ଓ ଓକିଲଙ୍କୁ ଈଶ୍ୱର ମନେକରୁଥିଲେ କାରଣ ଗୁରୁ ଶିକ୍ଷା ଦିଅନ୍ତି, ଡାକ୍ତର ଜୀବନ ବଞ୍ଚାନ୍ତି ଓ ଓକିଲ ଅସୁବିଧା ଦୂର କରନ୍ତି।

ସମ୍ବିଧାନ, ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନେ କିଛି ଜାଣନ୍ତି ନାହିଁ।

ଓଡିଶା ବିଧାନସଭାରେ ଗୃହକମିଟି ସଦସ୍ଯା ଥିବାବେଳେ ନିଜର ଅଭିଜ୍ଞତା କଥା ସ୍ମରଣ କରି ସେ କହିଲେ ଯେ ରାଗରେ କିଏ କାହାକୁ ଚାପୁଡ଼ାଟିଏ ମାରି ଓ ସେହିପରି କିଛି ସାମାନ୍ୟ ଦୋଷକରି ବର୍ଷ ବର୍ଷ ଧରି ଜେଲର ଷଢୁଥିବା ଲୋକଙ୍କ କଥା ବୁଝିବା ପାଇଁ କିଛି ବ୍ଯବସ୍ଥା ନାହିଁ, ସେମାନଙ୍କ କଥା ପ୍ରତି ଦୃଷ୍ଟି ଦିଆଯିବା ଦରକାର।

ଏବେ ଜେଲସଂଖ୍ଯା ବଢାଇବା ପାଇଁ ପଦକ୍ଷେପ ନିଆଯାଉଛି, ମାତ୍ର ଦେଶରୁ ଜେଲ କିପରି ବନ୍ଦ ହେବ ତାହା ଭାବିବା କଥା ବୋଲି ରାଷ୍ଟ୍ରପତି ଭାବ ଗଦଗଦ ହୋଇ କହିଲେ ।

Leave A Reply

Your email address will not be published.