ସାନ୍ତାଳୀ ଭାଷା ସାହିତ୍ୟର ପ୍ରସାରକ ଓ ଅଲ-ଚିକ ଲିପିର ପ୍ରବର୍ତ୍ତକ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେଉଛି ତାଙ୍କର ଜନ୍ମ ସ୍ଥାନ ମୟୁରଭଞ୍ଜ ଜିଲ୍ଲାର ଦଣ୍ଡବୋସ ଗ୍ରାମରେ, ସାନ୍ତାଳୀ ସାହିତ୍ୟର ଏହି ଗୌରବ – ପୁରୁଷଙ୍କ ଜୟନ୍ତୀ ପାଇଁ ସାରା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଏହି ଉତ୍ସବରେ ଆଜି ଯୋଗ ଦେଇଛନ୍ତି ଭାରତର ରାଷ୍ଟ୍ରପତି ମୟୁରଭଞ୍ଜ ମାଟିର ବରପୁତ୍ର ଦ୍ରୌପଦୀ ମୁର୍ମୁ । ଅଟଳ ବିହାରୀ ବାଜେ ପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସାନ୍ତାଳୀ ଭାଷା ଓ ଅଲ-ଚିକ ଲିପିକୁ ସାମ୍ବିଧାନିକ ସ୍ୱୀକୃତି ମିଳିଥିଲା । ପଣ୍ଡିତ ମୁର୍ମୁଙ୍କ ସ୍ମୃତିରକ୍ଷା ଓ ଆଞ୍ଚଳିକ ବିକାଶ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 10 କୋଟି ଟଙ୍କା ମଞ୍ଜୁର କରିଛନ୍ତି