ବବିଙ୍କ ବିରୋଧରେ ପ୍ରାର୍ଥୀ ହେଲେନି କେହି

ଶାସକ ବିଜୁ ଜନତା ଦଳର ଶକ୍ତିମାନ ବିଧାୟକ ଓ ଦଳର ବହୁଚର୍ଚ୍ଚିତ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବବି, ନିର୍ଦ୍ଦ୍ଵନ୍ଦରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ହେବାକୁ ଯାଉଛନ୍ତି। ତାଙ୍କ ସହିତ ଉପସଭାପତି ପଦରେ ପଙ୍କଜ ଲୋଚନ ମହାନ୍ତି ଓ ସଂପାଦକ ପଦରେ ସଂଜୟ ବେହେରା ମଧ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଉଛନ୍ତି। ଅକ୍ଟୋବର ୨୮ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଗତକାଲି ଥିଲା ମନୋନୟନ ପତ୍ର ଦାଖଲ କରିବାର ଦିନ। ଶ୍ରୀ ଦାସ, ଶ୍ରୀ ମହାନ୍ତି ଓ ଶ୍ରୀ ବେହେରାଙ୍କ ବିରୋଧରେ କେହି ପ୍ରାର୍ଥୀ ହୋଇନଥିବାରୁ, ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି କୁହାଯାଇଛି। ଓସିଏର ପ୍ରଥମ ସଭାପତି ହୋଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ଏହାପରେ ଅନେକ ରାଜନେତା ଓସିଏକୁ ନିଜ ଅକ୍ତିଆରକୁ ନେଇଥିଲେ । ଆଉ ସେହି ଧାରାରେ ଆଜି ଯୋଡି ହୋଇଛନ୍ତି ପ୍ରଣବ ପ୍ରକାଶ।

Leave A Reply

Your email address will not be published.